ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏଣିକି ୨୦୦ ୟୁନିଟ୍ ବିଜୁଳି ପାଇଁ କୌଣସି ବିଲ୍ ଦେବେନି ଦିଲ୍ଲୀବାସୀ । ଯଦି ୨୦୦ ୟୁନିଟ୍ ବିଲ୍ ଉପରେ ଖର୍ଚ୍ଚ ହୁଏ ତେବେ ଟଙ୍କା ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ୨୦୧ରୁ ୪୦୦ ୟୁନିଟ୍ ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ ୫୦% ରିହାତି ମିଳିବ । ପୂର୍ବରୁ ୨୦୦ ୟୁନିଟ୍ ଯାଏ ବିଜୁଳି ପାଇଁ ୬୨୨ ଟଙ୍କା ଦେବାକୁ ପଡୁଥିଲା ବୋଲି ସୂଚନା ମିଳିଛି ।
ଦିଲ୍ଲୀରେ ଏପରି ବ୍ୟବସ୍ଥା କରିବା ଦ୍ୱାରା ରାଜକୋଷରୁ ପ୍ରାୟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।
ଦିଲ୍ଲୀରେ ମାଗଣା ବିଜୁଳୀ
Reviewed by Sushreejyoti Routray
on
August 01, 2019
Rating:
Reviewed by Sushreejyoti Routray
on
August 01, 2019
Rating:





No comments: