ନୂଆଦିଲ୍ଲୀ : ସବସିଡି ବିହୀନ ଗ୍ରାହକଙ୍କ ପାଇଁ ଖୁସି ଖବର । ବିନା ସବସିଡି ଘରୋଇ ରୋଷେଇ ଗ୍ୟାସ ବା ଏଲପିଜି ସିଲିଣ୍ଡରର ଦାମ ୬୨ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ୬୫୩ ଟଙ୍କାରେ ମିଳୁଥିବା ଘେରାଇ ସିଲିଣ୍ଡର ଏଣିକି ମାତ୍ର ୫୯୧ ଟଙ୍କାରେ ଉପଲବ୍ଧ ହେବ ।
ବ୍ୟବସାୟିକ ସିଲିଣ୍ଡରର ଦାମ ମଧ୍ୟ ୧୨୬ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡର ୧୧୫୧.୫୦ ଟଙ୍କା ବଦଳରେ ୧୦୨୫.୫୦ ଟଙ୍କାରେ ମିଳିବ ବୋଲି ତୈଳ କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।
ତେବେ ସବସିଡି ଯୁକ୍ତ ସିଲିଣ୍ଡରରେ ହ୍ରାସ ପାଇଥିଲା ୧୦୦ ଟଙ୍କା । ପ୍ରଥମେ ସବସିଡିରେ ମିଳୁଥିବା ଘରୋଇ ସିଲିଣ୍ଡରର ଦାମ ୧୦୦.୫୦ ଟଙ୍କା ହ୍ରାସ କରାଯାଇଥିଲା । ଜୁଲାଇ ୧ରୁ ନୂଆଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ୬୩୭ ଟଙ୍କାରେ ଉପଲବ୍ଧ ହେଉଛି ବୋଲି ସୂଚନା ମିଳିଛି ।
ବିନା ସବସିଡିରେ ବି ଲାଭ: ଏଣିକି ଗ୍ୟାସରେ ଶସ୍ତା ହେଲା ୬୨ ଟଙ୍କା
Reviewed by Sushreejyoti Routray
on
August 01, 2019
Rating:
Reviewed by Sushreejyoti Routray
on
August 01, 2019
Rating:





No comments: