ପରମାଣୁର ବୋମାର ଧମକ ଦେଉଥିବା ପାକିସ୍ତାନ ପିଏମ ସଚିବାଳୟର ବିଜୁଳୀ ବିଲ୍ ଦେବାକୁ ଅସମର୍ଥ


ନୂଆଦିଲ୍ଲୀ: ଅର୍ଥନୈତିକ ଦୁର୍ବଳତାରେ ସନ୍ତୁଳିତ ହେଉଥିବା ପାକିସ୍ତାନ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପରମାଣୁ ଯୁଦ୍ଧର ଧମକ ଦେଉଛି । ନିଜ ସଚିବାଳୟର ବିଜୁଳୀ ବିଲ୍ ଦେବାକୁ ବି ଅସମର୍ଥ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବାରମ୍ବାର ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେବାରେ ଲାଗିଛନ୍ତି । ଆର୍ଥିକ କ୍ଷେତ୍ରରେ ଦେବାଳିଆ ହୋଇପଡିଥିବା ପାକିସ୍ତାନର ଅବସ୍ଥା ବହୁତ ଖରାପ ଥିବାରୁ ସଚିବାଳୟର ବିଲ୍ ନଦେଇ ପାରିବାରୁ ବିଜୁଳୀ କାଟିବାର ପରିସ୍ଥିତି ଆସିଯାଇଛି ।

ଏନେଇ ଇସଲାମବାଦ୍ ଇଲେକ୍ଟ୍ରୋକ୍ ସପ୍ଲାଇ କମ୍ପାନୀ ପକ୍ଷରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସଚିବାଳୟର ବିଜୁଳୀ କାଟିବାକୁ ନୋଟିସ୍ ଦିଆଯାଇଛି । ରିପୋର୍ଟ ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସଚିବାଳୟର ବିଜୁଳୀ ବିଲ୍ ୪୧ ଲକ୍ଷ ୧୩ ହଜାର ୯୯୨ ଟଙ୍କା ବାକି ରହିଛି । ନିୟମିତ ଭାବେ ବିଜୁଳୀ ବିଲ୍ ନଭରିବାରୁ ଏତେ ଟଙ୍କା ବାକି ଥିବା ଜଣାପଡିଛି । ବହୁବାର ବିଜୁଳୀ ବିଲ୍ ନଦେବାରୁ ବିଜୁଳୀ କାଟିବାକୁ ବାଧ୍ୟ ହେବେ ବୋଲି କମ୍ପାନୀ କହିଛି । 
ପରମାଣୁର ବୋମାର ଧମକ ଦେଉଥିବା ପାକିସ୍ତାନ ପିଏମ ସଚିବାଳୟର ବିଜୁଳୀ ବିଲ୍ ଦେବାକୁ ଅସମର୍ଥ ପରମାଣୁର ବୋମାର ଧମକ ଦେଉଥିବା ପାକିସ୍ତାନ ପିଏମ ସଚିବାଳୟର ବିଜୁଳୀ ବିଲ୍ ଦେବାକୁ ଅସମର୍ଥ Reviewed by Sushreejyoti Routray on August 28, 2019 Rating: 5

No comments:

Powered by Blogger.