ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ


ନୂଆଦିଲ୍ଲୀ : ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍‌ସରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି । ପୂର୍ବରୁ ସୁଷମାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା ବେଳେ ହୃଦ୍‌ଘାତ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୦ଟା ୨୦ ମିନିଟରେ ସୁଷମାଙ୍କର ଦେହାନ୍ତ ହୋଇଥିଲା । ପାଞ୍ଚ ଜଣିଆ ଡାକ୍ତରୀ ଦଳ ସୁଷମାଙ୍କ ଚିକିତ୍ସା କରୁଥିଲେ।

ଏହାର୍ପୂବରୁ ସୁଷମା ଧାରା ୩୭୦ ଉଚ୍ଛେଦକୁ ନେଇ ସଂଧ୍ୟା ୭ଟା ୨୩ରେ ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ ।

ଉଲ୍ଲେଖଯୋଗ୍ୟ, ସୁଷମା ସ୍ଵରାଜ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ ଏବଂ ଗତ ବର୍ଷ ତାଙ୍କର କିଡନୀ  ପ୍ରତିରୋପଣ ହୋଇଥିଲା। ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିନଥିଲେ। ବିଜେପି ଶାସନ ମସୟରେ ସୁଷମା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରୂପେ ସୌଭାଗ୍ୟ ଅର୍ଜନ କରିଥିଲେ।

ସେ ୧୯୯୦ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ନିର୍ବାଚନ ଜିତି ସେ ବାଜପେୟୀ ସରକାରରେ ସୂଚନା-ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ୨୦୧୪ ମୋଦୀ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ। ଏହି ସମୟରେ ତାଙ୍କର କାର୍ଯ୍ୟଶୈଳୀକୁ ସମଗ୍ର ଦେଶବାସୀ ପ୍ରଶଂସା କରିଥିଲେ। 
ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ Reviewed by Sushreejyoti Routray on August 06, 2019 Rating: 5

No comments:

Powered by Blogger.