ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି । ଲୋଧି ରୋଡ ସ୍ଥିତ ଶ୍ମସାନରେ ପଞ୍ଚତତ୍ୱରେ ବିଲୀନ ହୋଇଛନ୍ତି ଏହି ମହୀୟସୀ ମହିଳା । ଅନ୍ତିମ ସଂସ୍କାରର ସମସ୍ତ ନୀତି ସୁଷମାଙ୍କ ଝିଅ ବାଂସୁରୀ ସ୍ୱରାଜ କରିଛନ୍ତି । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଲୋକସଭା ସ୍ପିକର ଓମ ପ୍ରକାଶ ବିଡଲା, ଲାଲକୃଷ୍ଣ ଆଡଭାନୀ, ମନୀଷ ତିୱାରୀ, ଆନନ୍ଦ ଶର୍ମା, ଅରବିନ୍ଦ କେଜ୍ରିୱାଲ ସମେତ ବହୁ ତୁଙ୍ଗା ନେତା ।
ତେବେ ଗତକାଲି ରାତି ୧୦ଟା ୨୦ ମିନିଟରେ ଦିଲ୍ଲୀ ଏମସ୍ ମେଡିକାଲରେ ସୁଷମାଙ୍କ ନିଧନ ହୋଇଥିଲା । ୬୭ ବର୍ଷିୟା ସୁଷମାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପାଞ୍ଚଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିବା ବେଳେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହାର୍ପୂବରୁ ସୁଷମା ଧାରା ୩୭୦ ଉଚ୍ଛେଦକୁ ନେଇ ସଂଧ୍ୟା ୭ଟା ୨୩ରେ ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ ।
ଉଲ୍ଲେଖଯୋଗ୍ୟ, ସୁଷମା ସ୍ଵରାଜ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ ଏବଂ ଗତ ବର୍ଷ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା। ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିନଥିଲେ। ବିଜେପି ଶାସନ ମସୟରେ ସୁଷମା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରୂପେ ସୌଭାଗ୍ୟ ଅର୍ଜନ କରିଥିଲେ।
ସେ ୧୯୯୦ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ନିର୍ବାଚନ ଜିତି ସେ ବାଜପେୟୀ ସରକାରରେ ସୂଚନା-ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ୨୦୧୪ ମୋଦୀ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ। ଏହି ସମୟରେ ତାଙ୍କର କାର୍ୟ୍ୟଶୈଳୀକୁ ସମଗ୍ର ଦେଶବାସୀ ପ୍ରଶଂସା କରିଥିଲେ।
ଅଲବିଦା..ଅଲବିଦା: ପଞ୍ଚତତ୍ୱରେ ବିଲୀନ ହେଲେ ସୁଷମା ସ୍ୱରାଜ
Reviewed by Sushreejyoti Routray
on
August 07, 2019
Rating:
Reviewed by Sushreejyoti Routray
on
August 07, 2019
Rating:





No comments: