ବରଗଡ଼ : ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ | ଏନେଇ ଆଜି ୩ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ | ବିଜେଡି ପକ୍ଷରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ପକ୍ଷରୁ ନାମାଙ୍କନ ଭରିବେ ଦିଲୀପ ପଣ୍ଡା | ତେବେ ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ପଡି଼ବ ଭୋଟ୍ |
ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହା ପରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଲୋକଙ୍କ ନଜର ରହିଥିବା ବେଳେ ଦଳ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା।
ବିଜେପୁର ପାଇଁ ଆଜି ନାମାଙ୍କନ ଭରିବେ ହେଭିୱେଟ ନେତା
Reviewed by Sushreejyoti Routray
on
September 30, 2019
Rating:
![ବିଜେପୁର ପାଇଁ ଆଜି ନାମାଙ୍କନ ଭରିବେ ହେଭିୱେଟ ନେତା](https://blogger.googleusercontent.com/img/b/R29vZ2xl/AVvXsEhECmbBYPAi1BOyi_8buttIcuXaV2_eGP2fgJzAusOfEbhMMaj0YZyMPTMKji8MFanl9E2N2eKlIC1QsDp63YiNhQ0W_JiLJ5ySb6QbCk5BWZHmoqscEHj43_3ytO40FyvYWiqChsHyutIO/s72-c/1569812829128.jpeg)
No comments: