କାଲିଠୁ କଡା ପ୍ଲାଷ୍ଟିକ୍ କଟକଣା, ନିମୟ ନ ମାନିଲେ ୫ ବର୍ଷ ଜେଲ୍ ଓ ୧ ଲକ୍ଷ ଟଙ୍କା ଜୋରିମାନା


ଭୁବନେଶ୍ୱର: କାଲିଠାରୁ କଡାକଡି ଭାବେ ଲାଗୁ ହେବ ପଲିଥିନ୍ ନିଷେଧ ନିୟମ । ସମସ୍ତ ସହରାଞ୍ଚଳରେ ଏହି ନିୟମକୁ କଡାକଡିଭାବେ ଲାଗୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ନ ମାନିଲେ ୫ ବର୍ଷ ଜେଲ୍ ଦଣ୍ଡ ସମେତ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଯିବ ।

ଆସନ୍ତାକାଲି ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକ ଅବସରରେ ଏହି ନିୟମ ଲାଗୁ ହେବା ସହ ପଲିଥିନ୍ ବ୍ୟାଗ୍, ପ୍ଲାଷ୍ଟିକ୍ ବୋତଲ ଉପରେ କଟକଣା କରାଯାଇଛି । ଏହା ସହ ପ୍ଲାଷ୍ଟିକ୍ ପ୍ରସ୍ତୁତ ହେଉଥିବା ସମସ୍ତ କାରଖାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ତେବେ ୨୦୨୦ ସୁଦ୍ଧା ଓଡିଶାକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଗତବର୍ଷ ୫ଟି ମହାନିଗମ ଓ ଗୋଟିଏ ଏନଏସିରେ ପ୍ଲାଷ୍ଟିକ୍ ନିଷେଧ ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି । 
କାଲିଠୁ କଡା ପ୍ଲାଷ୍ଟିକ୍ କଟକଣା, ନିମୟ ନ ମାନିଲେ ୫ ବର୍ଷ ଜେଲ୍ ଓ ୧ ଲକ୍ଷ ଟଙ୍କା ଜୋରିମାନା କାଲିଠୁ କଡା ପ୍ଲାଷ୍ଟିକ୍ କଟକଣା, ନିମୟ ନ ମାନିଲେ ୫ ବର୍ଷ ଜେଲ୍ ଓ ୧ ଲକ୍ଷ ଟଙ୍କା ଜୋରିମାନା Reviewed by Sushreejyoti Routray on October 01, 2019 Rating: 5

No comments:

Powered by Blogger.