ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସ୍ପିନର ହରଭଜନ ସିଂହ ଖୁବଶୀଘ୍ର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପାଇଁ ଘୋଷଣା କରିପାରନ୍ତି । ଗତ ୩ ବର୍ଷରେ ଉଚ୍ଚ ସ୍ଥାନ ନମିଳିବା ସହ ଇଂଲଣ୍ଡରେ ଖେଳିବା ପାଇଁ ଇଛୁକ ଥିବାରୁ ଏଭଳି ନିଷ୍ପତ୍ତି ନେଇପାରନ୍ତି ହରଭଜନ । ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନ ନେଇ ସେ ଇଂଲଣ୍ଡରେ ଖେଳିପାରିବେ ନାହିଁ । ଶେଷଥର ପାଇଁ ୨୦୧୬ ମାର୍ଚ୍ଚରେ ଟି୨୦ରେ ସାମିଲ ହୋଇଥିଲେ ହରଭଜନ ।
ତେବେ ଇଂଲଣ୍ଡରେ ହେବାକୁ ଥିବା the hundred leagueର ଡ୍ରାଫ୍ଟରେ ହରଭଜନଙ୍କ ନାମ ସାମିଲ ରହିଛି । ଏହି ଲିଗରେ ଖେଳିବା ପାଇଁ ହରଭଜନଙ୍କୁ ପାଖାପାଖୀ ୮୮ ଲକ୍ଷ ଟଙ୍କା ପ୍ରାଇସ୍ ମନି ରଖାଯାଇଛି । ଡ୍ରାଫ୍ଟରେ ହରଗଭନଙ୍କ ନାମ ଦେଖି ବିସିସିଆଇ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି । ନିକଟରେ ଯୁବରାଜ ସିଂହ ମଧ୍ୟ କନାଡା ଗ୍ଲୋବଲ ଟି-୨୦ରେ ଖେଳିବା ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।
ଏହି hundred leagueରେ ୨୫ ଜଣ ବିଦେଶୀ ଖେଳାଳୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହରଭଜନ ହେଉଛନ୍ତି ଏକମାତ୍ର ଭାରତୀୟ । ୨୦ ଅକ୍ଟୋବରରୁ ଖେଳାଳୀମାନଙ୍କର ନିଲାମୀ କରାଯିବ ।
ଯୁବରାଜଙ୍କ ପରେ ସନ୍ୟାସ ନେବେ ହରଭଜନ ସିଂହ!
Reviewed by Sushreejyoti Routray
on
October 04, 2019
Rating:
No comments: