ସୋସିଆଲ ମିଡିଆରେ ଡେଟିଂ କରୁଛନ୍ତି କି ! ତେବେ ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି


ଆଜିକାଲିକା ଯୁଗରେ ଯୁବପିଢ଼ିମାନେ ଡେଟିଂ କରିବାକୁ ସୋସିଆଲ ମିଡ଼ିଆକୁ ବେଶ ଆପଣାଉଛନ୍ତି । ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁ ହେବ ପରେ ଡେଟରେ ଯିବାକୁ ଚାହିଁଥାନ୍ତି । ବର୍ତ୍ତମାନର ଏହି ଟ୍ରେଣ୍ଡ୍‌କୁ ନେଇ ଅନେକ ସମୟ ଯୁବପିଢ଼ୀ ଅଡୁଆରେ ପଡ଼ୁଥିବା ନଜିର ମଧ୍ୟ ରହିଛି । ତେବେ କାହା ସହ ଅନ୍ଧ ଭାବରେ ଡେଟ୍‌ରେ ଯିବା ପୂର୍ବରୁ ଏହି  ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ….

୧. ଫୋନ୍‌ରେ କଥା
ଡେଟ୍‌ରେ ଯିବା ପୂର୍ବରୁ ଆପଣ ବନ୍ଧୁଙ୍କ ସହ ଫୋନ୍‌ରେ କଥା ହୋଇଯାଆନ୍ତୁ। ଆପଣ ଯେତେବି ଅନ୍‌ଲାଇନ୍‌ରେ କଥା ହୁଅନ୍ତୁ ନା କାହିଁକି ମାତ୍ର ଡେଟ୍‌ ପୂର୍ବରୁ ଆପଣ ତାଙ୍କ ସହ ଥରେ ଫୋନ୍‌ରେ କଥା ହେବା ଜରୁରୀ। ଏଥିରୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ। ଏପରି କଥା ହେବା ଆବଶ୍ୟକ ଯେପରି, ଆପଣ ଅନ୍‌ଲାଇନ୍‌ରେ ଯାହା ସହ କଥା ହୋଇଥିଲେ ସେ ଲୋକ ବୋଲି ଜାଣି ପାରିବେ।

୨. ଉପଯୁକ୍ତ ସ୍ଥାନ
ଡେଟ୍‌ ଲାଗି ଯାଉଥିବା ସ୍ଥାନ ଆପଣଙ୍କ ଲାଗି ପରିଚିତ ହୋଇଥିବା ଜରୁରୀ। ନିଜ ସୁରକ୍ଷା ଲାଗି ଏପରି ସ୍ଥାନ ବାଛନ୍ତୁ ଯେଉଁ ଜାଗାକୁ ଆପଣ ଅନେକ ଥର ଯାଇଛନ୍ତି। ଏହା ଜନଗହଳିପୂର୍ଣ୍ଣ ହୋଇଥିବା ଆବଶ୍ୟକ। ଏ ନେଇ ନିଛାଟିଆ ସ୍ଥାନ ବାଛିବା ଭୁଲ୍‌ ହୋଇଥାଏ। ତେବେ ଡେଟ୍‌ରେ ଯିବା ପୂର୍ବରୁ ଆପଣଙ୍କ ନିକଟତର ବନ୍ଧୁଙ୍କୁ କହିଯିବା ଉଚିତ।

୩. ଠିକ୍‌ ତଥ୍ୟ ସଂଗ୍ରହ
ପ୍ରୋଫାଇଲ୍‌ରେ ଭୁଲ୍‌ ସୂଚନା ଦେଉଥିବା ଲୋକ ଅନେକଥାନ୍ତି। ତେଣୁ ଏପରି କିଛି ପଦକ୍ଷେପ ନେବା ପୂର୍ବରୁ ଆପଣ ପାର୍ଟନରଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କରନ୍ତୁ। ସେ ବ୍ୟକ୍ତି ଠିକ୍‌ କି ନାହିଁ ଜାଣିବା ଲାଗି ତାଙ୍କର କିଛି ସାଙ୍ଗଙ୍କଠାରୁ ପଚାରି ବୁଝିବା ସହ ସେ ଦେଇଥିବା ପ୍ରୋଫାଇଲ୍‌ରେ ସୂଚନା ଭୁଲ୍‌ କି ଠିକ୍‌ ଜାଣନ୍ତୁ।

୪. ବ୍ୟକ୍ତିଗତ କଥା
ଡେଟ୍‌ରେ ଯାଉଥିବା ବେଳେ ନିଜର ବ୍ୟକ୍ତିଗତ କଥା ବନ୍ଧୁଙ୍କ ସହ ବାଣ୍ଟନ୍ତୁ ନାହିଁ। ଏହା ଆଗାମୀ ଦିନରେ ଆପଣଙ୍କୁ ସମସ୍ୟାରେ ପକାଇପାରେ।
ସୋସିଆଲ ମିଡିଆରେ ଡେଟିଂ କରୁଛନ୍ତି କି ! ତେବେ ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି ସୋସିଆଲ ମିଡିଆରେ ଡେଟିଂ କରୁଛନ୍ତି କି ! ତେବେ ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି Reviewed by Sushreejyoti Routray on October 02, 2019 Rating: 5

No comments:

Powered by Blogger.