ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ନିୟମ! ଜାଣନ୍ତୁ ସପ୍ତାହରେ କେତେଥର ଉଠାଇପାରିବେ ଏଟିଏମରୁ ଟଙ୍କା..


ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇର ଯଦି ଆପଣ ଗ୍ରାହକ ଅଛନ୍ତି, ତେବେ ଆପଣଙ୍କ ପାଇଁ ଖାସ୍ ଖବର । ଏସବିଆଇ ପକ୍ଷରୁ ଜାରି ହୋଇଛି ନୂଆ ନିୟମ, ଯେଉଁଥିରେ ଗ୍ରାହକମାନେ ବ୍ୟାଙ୍କରେ କେତେଥର ଟଙ୍କା ଜମା କରିପାରିବେ ଓ କେତେଥର ବାହାର କରିପାରିବେ ବୋଲି ସୂଚନା ଦିଆଯାଇଛି । ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକମାନେ ପ୍ରତି ମାସରେ ୩ ଥର ବିନା ଶୁଳ୍କରେ ଟଙ୍କା ଜମା କରିପାରିବେ ଓ ଅନ୍ୟପଟେ ଆପଣ ୨ ଥର ଟଙ୍କା ଉଠାଇପାରିବେ । ୧ ଅକ୍ଟୋବରରୁ ଏସବିଆଇ ପକ୍ଷରୁ ଏହି ନୂଆ ନିୟମ ଲାଗୁ ହୋଇଛି । ଗ୍ରାହକମାନେ ଏକ ବର୍ଷରେ ୩୬ଥର ମାଗଣାରେ ବା ବିନା ଶୁଳ୍କରେ ଟଙ୍କା ଜମା କରିପାରିବେ । 

ସେହିପରି ଏସବିଆଇର ଏଟିଏମରୁ ମାସିକ ୫ଥର ହିସାବରେ ବର୍ଷକୁ ୬୦ ଥର ଟଙ୍କା ଉଠାଇପାରିବେ । କିନ୍ତୁ ଡେବିଡ୍ କାର୍ଡ ଦ୍ୱାରା ସିଡିଏମରେ ଆପଣ ନିଶୁଳ୍କରେ ଟଙ୍କା ଜମା କରିପାରିବେ । 
ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ନିୟମ! ଜାଣନ୍ତୁ ସପ୍ତାହରେ କେତେଥର ଉଠାଇପାରିବେ ଏଟିଏମରୁ ଟଙ୍କା.. ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ନିୟମ! ଜାଣନ୍ତୁ ସପ୍ତାହରେ କେତେଥର ଉଠାଇପାରିବେ ଏଟିଏମରୁ ଟଙ୍କା.. Reviewed by Sushreejyoti Routray on October 03, 2019 Rating: 5

No comments:

Powered by Blogger.