ରୋହିତ ଶର୍ମାଙ୍କ ଶତକ ପରେ ଭାଇରାଲ ହେଲା ମେମେସ, ଦେଖନ୍ତୁ କିଛିଟା ଝଲକ୍


ବିଶାଖାପାଟଣା,୨ ।୧୦: ଦିନିକିଆ ଓ ଟି୨୦ ଭଳି  ଟେଷ୍ଟ ଫର୍ମାଟରେ ଓପନର ଭାବେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ପ୍ରଥମ ଶତକ ଲାଭ କରି ଭାରତକୁ ଏକ ମଜଭୁତ୍ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟେଷ୍ଟରେ ପ୍ରଥମ ଥର ଓପନିଂ କରିବାକୁ ସୁଯୋଗ ପାଇଥିବା ରୋହିତ ୧୧୫ ରନ୍ କରି ଅପରାଜିତ ରହିଛନ୍ତି । ତେବେ ଟେଷ୍ଟ ଫର୍ମାଟରେ ରୋହିତଙ୍କର ଏହା ୪ର୍ଥ ଶତକ । ରୋହିତଙ୍କ ଏହି ସାନଦାର ଶତକ ପରେ ସୋସିଆଲ ମିଡିଆରେ ତାଙ୍କୁ ଭୁରି ଭୁରି ପ୍ରଂଶସା କରିବା ସହ ବିଭିନ୍ନ ପ୍ରକାରର ମେମେସ ଭାଇରାଲ ହେବାର ଦେଖିବାକୁ ମିଳୁଛି ।


ତେବେ ୨୦୧୬ ପରେ ରୋହିତଙ୍କ ଏହା ଥିଲା ପ୍ରଥମ ଟେଷ୍ଟ ଶତକ । ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୭୭ ରନ୍ କରିଥିଲେ । ପରେ ମୁମ୍ବାଇଠାରେ ଦ୍ୱିତୀୟ ଟେଷ୍ଟରେ ୧୧୧ ରନ୍ କରିଥିଲେ ରୋହିତ । 
ରୋହିତ ଶର୍ମାଙ୍କ ଶତକ ପରେ ଭାଇରାଲ ହେଲା ମେମେସ, ଦେଖନ୍ତୁ କିଛିଟା ଝଲକ୍ ରୋହିତ ଶର୍ମାଙ୍କ ଶତକ ପରେ ଭାଇରାଲ ହେଲା ମେମେସ, ଦେଖନ୍ତୁ କିଛିଟା ଝଲକ୍ Reviewed by Sushreejyoti Routray on October 02, 2019 Rating: 5

No comments:

Powered by Blogger.