ଏହିସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ହୋଇପାରେ ବ୍ରେନ୍‌ ଟ୍ୟୁମର୍‌


ବିଭିନ୍ନ ରୋଗ ଭଳି ବ୍ରେନ୍‌ ଟ୍ୟୁମର୍‌ ହେଲେ ମଧ୍ୟ ଶରୀରରେ କିଛି ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣଗୁଡ଼ିକ ସମ୍ପର୍କରେ ଲୋକେ ଅବଗତ ରହିଲେ ଏହି ରୋଗକୁ ବେଶ୍ ଆଗୁଆ ଚିହ୍ନଟ କରାଯାଇପାରିବ ଓ ଠିକ୍‌ ସମୟରେ ଚିକିତ୍ସା ମଧ୍ୟ କରାଯାଇପାରିବ । ତା’ହେଲେ ଆସନ୍ତୁ ଏହି ରୋଗର କିଛି ଲକ୍ଷଣ ବିଷୟରେ ଜାଣିନେବା।

୧. କୌଣସି କାର୍ଯ୍ୟ କରୁଥିବା ସମୟରେ କିମ୍ୱା ସକାଳୁ ଶୋଇ ଉଠିବା ପରେ ମୁଣ୍ଡରେ ଯନ୍ତ୍ରଣା ହେବା। ବ୍ରେନ୍‌ ଟ୍ୟୁମର ହୋଇଥିଲେ ଏପରି ସ୍ଥିତିରେ ରୋଗୀଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ ।

୨. ଶିରା ପ୍ରଶିରାରେ ଯନ୍ତ୍ରଣା ଅନୁଭୂତ ହେବା ଓ ବାତ ମାରିବା ।

୩. ଅନେକ ସମୟରେ ଚେତାଶୂନ୍ୟ ହୋଇଯିବ ।

୪. ଶରୀରର ଅଙ୍ଗ ଉପରେ ନିୟନ୍ତ୍ରଣ ନ ରହିବା ।
୫. ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ।

୬. ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା ।
୭. ସ୍ମୃତିଶକ୍ତି ଦୁର୍ବଳ ହେବା ।

୮. ସମୟ ସମୟରେ ଥକା ଲାଗିବା ଓ ବାନ୍ତି ହେବା ।

୯. ଶୋଇବାରେ ସମସ୍ୟା ଦେଖା ଦେବା ।

୧୦. କହିବା ଓ ଶୁଣିବାରେ ଅସୁବିଧା ହେବା ।

୧୧. ଉପରକୁ ଦେଖିବାରେ କଷ୍ଟ ହେବା ।

୧୨. ଖାଦ୍ୟ ଗିଳିବା ସମୟରେ ଗଳାରେ କଷ୍ଟ ହେବା ।

୧୩. ଅନ୍ୟମନସ୍କ ରହିବା ଓ ଚିନ୍ତିତ ରହିବା ।
ଏହିସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ହୋଇପାରେ ବ୍ରେନ୍‌ ଟ୍ୟୁମର୍‌ ଏହିସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ହୋଇପାରେ ବ୍ରେନ୍‌ ଟ୍ୟୁମର୍‌ Reviewed by Sushreejyoti Routray on November 26, 2019 Rating: 5

No comments:

Powered by Blogger.