ଭୁବନେଶ୍ୱର : ପୁଣି ବିଜେଡି ଫେରିବାକୁ ଚାଁହୁଛନ୍ତି ଦାମ ରାଉତ । ଚଳିତ ନିର୍ବାଚନରେ ବିଜେପିରେ ଯୋଗ ଦେଇଥିବା ଦାମ ରାଉତ ଗତକିଛି ଦିନ ତଳେ ଦଳରୁ ଇସ୍ତଫା ଦେଇଥିଲେ । ବିଜେଡ଼ିକୁ ଫେରିବା ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦାମ ।
ତେବେ ଦାମ କହିଛନ୍ତି ଯେ, ‘ ବିଜେଡି ମୋତେ ବହିଷ୍କାର କଲା ପରେ ବିଜେପି ମୋତେ ପ୍ରଲୋଭିତ କଲେ ଓ ଦଳରେ ମିଶାଇଲେ, ହେଲେ ନିର୍ବାଚନ ସରିଲା ପରେ ମୋତେ ଭୁଲି ଗଲେ । ଏବେ ମୋ ଛାତିରେ ବିଜୁବାବୁ ଆସ୍ଥାନ କରି ବସିଛନ୍ତି,ସେଠି ଆଉ କାହାକୁ ରଖିବି କେମିତି, ତେଣୁ ବିଜେପିରୁ ଇସ୍ତଫା ଦେଇଦେଲି । ବିଜେଡି ବହିଷ୍କାର ଉଠାଇ ଦେଲେ ମୁଁ ପୁଣି ଦଳରେ ରହିବି । ବିଜେଡିରେ ମିଶିଲେ କୌଣସି ନିର୍ବାଚନରେ ଲଢିବିନି ।’ ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ କେବେ ଯାଇନି କି ତାଙ୍କ ବିରୋଧରେ ନୁହେଁ ମୁଁ ସର୍ବଦା ସରକାରୀ ଦଳର ଦୁର୍ନୀତି ବିରୋଧରେ ସ୍ୱର ଉଠାଇଛି । ଏହା ସହ ଦଳରେ ସାମିଲ ହେଲେ ବି କୌଣସି ପଦପଦବୀ ନେବି ନାହିଁ ବୋଲି ଦାମ କହିଛନ୍ତି ।
ପୁଣି ବିଜେଡି ଫେରିବାକୁ ଚାଁହୁଛନ୍ତି ଦାମ
Reviewed by Sushreejyoti Routray
on
November 27, 2019
Rating:
![ପୁଣି ବିଜେଡି ଫେରିବାକୁ ଚାଁହୁଛନ୍ତି ଦାମ](https://blogger.googleusercontent.com/img/b/R29vZ2xl/AVvXsEjXaKsQdeDicHnbKjOEtrjWqH96t7itNc275Nm8xcEGAgzAAdZgPQukLpJi36H8_rMpcN-COp9k4DJpszEoTHHdYEqm6xTbJOGBUB5jvdK1U7wSpXK4m6fbPCuIR3BeDi_1z2g9xGvbYFOr/s72-c/dama1.jpg)
No comments: