ଭୁବନେଶ୍ୱର : ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ୩ ମାସ ବଢିଲା ଟ୍ରାଫିକ୍ ନିୟମ କୋହଳ ସମୟସୀମା । କେବଳ ଲାଇସେନ୍ସ ଓ ଗାଡି କାଗଜପତ୍ର ପ୍ରସ୍ତୁତି ପାଇଁ ସମୟ ବଢିଲା । ଏନେଇ ଆଜି ବିଧାନସଭାରେ ସୂଚନା ଦେଲେ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ ମୋଟର ଯାନ ଆଇନକୁ କୋହଳ କରିଥିଲେ ରାଜ୍ୟ ସରକାର । ଡିସେମ୍ବର ୧ରୁ ନୂଆ ନିୟମ କଡାକଡି ଭାବେ ଲାଗୁ ହେବାର ଥିଲା ।
ତେବେ ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହୁଛି । ଏନେଇ ଗାଡି କାଗଜ ପତ୍ର କୋହଳ ଅବଧିକୁ ବଢାଇବାକୁ ଗୃହରେ ଶାସକ ଓ ବିରୋଧୀ ବିଧାୟକମାନେ ଆଜି ଦାବି କରିଥିଲେ । ଏହି ପ୍ରସଙ୍ଗ ଉଠାଇଥିଲେ ବିଧାୟକ ଦେବୀପ୍ରସାଦ ମିଶ୍ର । ରାଜ୍ୟରେ ନୂଆ ମଟରଯାନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ବର ୧ ରୁ ୨୪ ନଭେମ୍ବର ମଧ୍ୟରେ ବିଭିନ୍ନ ଆରଟିଓ ମାନଙ୍କରେ ୮ ଲକ୍ଷ ୮୯ ହଜାର ୯୩ ଜଣ ଆବେଦନକାରୀ ପାଇଁ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ଯେଉଁଥିରେ ୫ ଲକ୍ଷ ୨୫ ହଜାର ୯୬୮ ଜଣଙ୍କୁ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ଯୋଗାଇ ଦିଆଯାଇଛି ।
ସେହିପରି ମନ୍ତ୍ରୀଙ୍କ ଅନୁସାରେ, ୧୨ ହଜାର ୫୪୫ ଜଣଙ୍କ ମଧ୍ୟରୁ ୮ ହଜାର ୧୦୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ସେଭଳି ଆରଟିଓ ୨ ରେ ମୋଟ ୩୧,୬୩୭ ଜଣଙ୍କ ମଧ୍ୟରୁ ୨୪,୯୮୭ ଜଣଙ୍କୁ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ଏବଂ ୭,୧୦୯ ରୁ ୫,୫୦୫ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ।
ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି, ଆଉ ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ
Reviewed by Sushreejyoti Routray
on
November 28, 2019
Rating:
![ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି, ଆଉ ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ](https://blogger.googleusercontent.com/img/b/R29vZ2xl/AVvXsEjX-GKXAy1b5OZWxDQlCn21NP9wC7fpAJZUdG8sqKZrSzPO_ucH_K1SalPWdS54LiYKXPb5b-7RJiIfUtOVY-ibjH8Rjt_xOJJ2tTTx2PY4OcOPQzodBHvzkwwiLMYztTjtZ3LQiGuNJ8J9/s72-c/odisha-relaxes-enforcement-of-new-traffic-rules-by-3-more-months.jpg)
No comments: