ପୋଲିସ ନଧରିଲେ ବି ତଣ୍ଡ ଗଣିବେ ଚାଳକ


ଭୁବନେଶ୍ୱର: ଆସନ୍ତାକାଲିଠୁ ଯାଞ୍ଚ ପ୍ରକ୍ରିୟା କଡାକଡି ହେବ ସହ ଟ୍ରାଫିକ ଉଲ୍ଲଙ୍ଘନ ଚିହ୍ନଟ ବ୍ୟବସ୍ଥା ଆରମ୍ଭ କରାଯିବ । ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଜୋରିମାନା ଗଣିବେ । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଞ୍ଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ସିଟ୍ ବେଲ୍ଟ ନପିନ୍ଧିଥିଲେ ବି ଗଣିବାକୁ ପଡିବ ତଣ୍ଡ ।

ତେବେ ଆସନ୍ତାକାଲିଠାରୁ ଟୁଇନ ସିଟିରେ ଆରମ୍ଭ ହେବ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା(TVDS) । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୁପାଲି ଛକରୁ ଆରମ୍ଭ ହେବ । ସିସିଟିଭିରେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ନମ୍ବର ପ୍ଲେଟ କଏଦ କରାଯିବ । ଯେଉଁ ଗାଡ଼ିଚାଳକ ଉଲ୍ଲଙ୍ଘନ କରିଥିବେ ତାଙ୍କ ଘରକୁ ଚାଲାଣ ପଠାଯିବ ଏବଂ ଏହାସହ ଆରଟିଓ ଖାତାରେ ଜୋରିମାନା ଚଢ଼ିବ । ଟିକସ ଦେବା ବେଳେ ସୁଧସହ ତଣ୍ଡ ଗଣିବେ ଖିଲାପକାରୀ ଚାଳକ । ରୁପାଲି ଛକ ପରେ ଆଉ ୮ଟି ଛକରେ ଟିଭିଡ଼ିଏସ ଲାଗୁ ହେବ । ୩ବର୍ଷ ଭିତରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର ଲକ୍ଷ୍ୟ ରଖାଯାଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।

ଇମେସିନ ଦ୍ୱାରା ସମସ୍ତ ଚାଲାଣ କଟାଯିବା ସହ ମାନୁଆଲ କୌଣସି ଚାଲାଣ କଟାଯିବ ନାହିଁ । ତେବେ ଚାଲାଣ କଟାଯିବା ପରେ ସଂପୃକ୍ତ ଚାଳକଙ୍କୁ ଜୋରିମାନା ପୈଠ କରି ଯେଉଁ ଉଲ୍ଲଂଘନ କରିଛନ୍ତି ତାର ରଫାଦଫା କରିବାକୁ ଟ୍ରାଫିକ୍ ପକ୍ଷରୁ ସୁଯୋଗ ଦିଆଯିବ । ସେ ଯଦି ଟଙ୍କା ସଙ୍ଗେ ସଙ୍ଗେ ଦେଇନପାରିବେ ତେବେ ପରବର୍ତ୍ତୀ ସମୟରେ କମିସନରେଟ ଅଫିସକୁ ଆସି ସେଠାରେ ସେ ଏହି ଟଙ୍କାକୁ ଜମା କରିପାରିବେ ।
ପୋଲିସ ନଧରିଲେ ବି ତଣ୍ଡ ଗଣିବେ ଚାଳକ ପୋଲିସ ନଧରିଲେ ବି ତଣ୍ଡ ଗଣିବେ ଚାଳକ Reviewed by Sushreejyoti Routray on November 30, 2019 Rating: 5

No comments:

Powered by Blogger.