ଭୁବନେଶ୍ୱର: ପ୍ରତିଦିନ ପିଆଜ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । କଟକ ଛତ୍ରବଜାରରେ ପିଆଜ କେଜି ୧୦୦ ଟଙ୍କା ଟପିଲାଣି । ସପ୍ତାହକ ମଧ୍ୟରେ ପିଆଜ କେଜି ପିଛା ୪୦ ଟଙ୍କା ବଢିଛି । ଆଜି ବି ରାଜ୍ୟରେ ପିଆଜ ଦର ୯୦ ଉପରେ । ବିଭିନ୍ନ ପ୍ରମୁଖ ସହରରେ ତ ଦର ୧୦୦ ଟଙ୍କା ରହିଛି । ଭୁବନେଶ୍ୱରରେ ୯୦ ଟଙ୍କାରେ ପିଆଜ ବିକ୍ରି ହେଉଛି । ସେହିପରି ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ବଲାଙ୍ଗୀରି, ମାଲକାନଗିରି, ପିପିଲି, ବାଲେଶ୍ୱରରେ ପିଆଜ ଦର ୯୦ ଟଙ୍କା ରହିଛି ।
ପିଆଜ ଦରକୁ ନେଇ ସାରା ଓଡ଼ିଶାରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି । ବ୍ୟବସାୟୀଙ୍କ କହିବା ଅନୁସାରେ ଏଭଳି ଦର ଡିସେମ୍ବର ୧୫ ତାରିଖ ଯାଏଁ ଲାଗି ରହିପାରେ । ତା'ପରେ ଯାଇ ସ୍ୱାଭାବିକ ଅବସ୍ଥା ଫେରିବ ।
ଆକାଶଛୁଆଁ ହେବାରେ ଲାଗିଛି ପିଆଜ, ଦର ୧୦୦ କୁ ବୃଦ୍ଧି
Reviewed by Sushreejyoti Routray
on
November 25, 2019
Rating:
Reviewed by Sushreejyoti Routray
on
November 25, 2019
Rating:





No comments: