SC ,ST ଓ OBC ପାଇଁ ୩ MOU ସ୍ୱାକ୍ଷରିତ, ଜାଣନ୍ତୁ କଣ ?


ଭୁବନେଶ୍ୱର : ମିଶନ ସୁବିଦ୍ୟା ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୋଜିତ ଉତ୍ସବରେ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୩ ଏମଓୟୁ ସ୍ୱାକ୍ଷରିତ ମଧ୍ୟ ହୋଇଛି । ଛାତ୍ରାବାସର ଭିତ୍ତିଭୂମି ଓ ପରିଚାଳନାର ମାନ ବୃଦ୍ଧି ପାଇଁ ବୁଝାମଣା ହୋଇଛି । ଏନେଇ କ୍ୟୁସିଆଇ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ସରକାର । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ବିକଳ୍ପ ହେବ ।  ଶିକ୍ଷାଦାନର ମାନ ବୃଦ୍ଧି ପାଇଁ ଅକ୍ଷର ଫାଉଣ୍ଡେସନ ସହ ବୁଝାମଣା ହୋଇଥିବା ସୂଚନା ମିଳିଛି । ଜନଜାତି ସାମଗ୍ରୀର ବିକ୍ରି ବୃଦ୍ଧି ପାଇଁ TRIFED ସହ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏହା ସହ ଅବାସିକ ବିଦ୍ୟାଳୟକୁ ଆଇଏସଓ ମାନଯୁକ୍ତି କରାଯିବ ।
SC ,ST ଓ OBC ପାଇଁ ୩ MOU ସ୍ୱାକ୍ଷରିତ, ଜାଣନ୍ତୁ କଣ ? SC ,ST  ଓ OBC ପାଇଁ ୩ MOU ସ୍ୱାକ୍ଷରିତ, ଜାଣନ୍ତୁ କଣ ? Reviewed by Sushreejyoti Routray on December 04, 2019 Rating: 5

No comments:

Powered by Blogger.