ଅହମଦାବାଦ : ଗୁଜରାଟର ଅନେକ ସହରରେ ବିନା ହେଲମେଟରେ ବାଇକ ଚଳାଇଲେ ଲାଗୁ ହେବନି ଜରିମାନା । ଏହା ସହ ଗୁଜରାଟ ସରକାର ବାଇକ ବା ସ୍କୁଟରେ ତିନି ଜଣଙ୍କୁ ବସାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି । ଏଠାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନୂଆ ଟ୍ରାଫିକ ନିୟମକୁ ରାଜ୍ୟସରକାର ବେଖାତିର କରିଛନ୍ତି, ଯାହା ଚଳିତ ବର୍ଷ ସେପ୍ଟେମ୍ୱର ୧୬ରେ ଲାଗୁ ହୋଇଥିଲା ।
ଏହା ପୂର୍ବରୁ ରାଜ୍ୟ ସରକାର ଏମଭି ଆକ୍ଟ ୨୦୧୯ରେ ଲାଗୁ ହୋଇଥିବା ଜରିମାନାର ରାଶିକୁ ହ୍ରାସ କରିଥିଲା । ସରକାର ମୁଖ୍ୟ ରୁପରେ ଟୁ-ହ୍ୱିଲର ଏବଂ ଜମିରେ କାମ କରୁଥିବା ବାହାନକୁ ରିହାତି ଦେଇଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଥିଲେ, ଆମେ ଏହି ନୂଆ ନିୟମର ଧାରା ୫୦ରେ ପରିବର୍ତ୍ତନ କରିଛୁ । ଏଥିରେ ଜରିମାନାର ରାଶି କମ କରାଯାଇଛି ।
ସରକାରଙ୍କ ତରଫରୁ କୁହାଯାଇଛି ଯେ, ସହରାଞ୍ଚଳରେ ହେଲମେଟ ଏବଂ ତିନି ଜଣଙ୍କ ଯାତ୍ରାକୁ ଏଥିପାଇଁ ଅନୁମତି ଦିଆଯାଇଛି, କାହିଁକି ନାଁ ଅନେକ ସ୍ଥାନରୁ ପୁଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବିବାଦର ଅନେକ ଖବର ସାମ୍ନାକୁ ଆସିଛି ।
ଉଲ୍ଲେଖଯୋଗ୍ୟ ଯେ ନୂଆ ନିୟମରେ ହେଲମେଟ ପିନ୍ଧି ନଥିବା ଗାଡି ଚାଳକଙ୍କୁ ୧୦୦୦ ଟଙ୍କା ଜରିମାନା ରହିଛି, କିନ୍ତୁ ଗୁଜରାଟରେ ଏହାକୁ ପରିବର୍ତ୍ତନ କରାଯାଇ ୫୦୦ ଟଙ୍କା କରାଯାଇଛି । ସେହିପରି ସିଟ ବେଲ୍ଟ ପିନ୍ଧି ନଥିବା ଗାଡି ଚାଳକଙ୍କ ଠାରୁ ନୂଆ ନିୟମ ଅନୁସାରେ ୧୦୦୦ ଟଙ୍କା ଜରିମାନ ଆଦାୟ କରିବାର ପ୍ରାବଧାନ ରହିଛି । ଗୁଜରାଟରେ ଏହାକୁ ୫ ଶହ ଟଙ୍କା କରାଯାଇଛି । ସେହିଭଳି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇଲେ ନୂଆ ନିୟମରେ ୫ ହଜାର ଟଙ୍କାର ଜରିମାନା ଲାଗୁ ହେବ, କିନ୍ତୁ ଗୁଜରାଟରେ ଟୁ-ହ୍ୱିଲର ଚାଳକଙ୍କ ପାଇଁ ୨ ହଜାର ଏବଂ ଅନ୍ୟ ବାହାନ ପାଇଁ ୩ ହଜାର ଜରିମାନା ରହିଛି । ଟ୍ରିପଲ ରାଇଡିଂ ପାଇଁ ୧ ହଜାର ଟଙ୍କାର ଜରିମାନା ରହିଛି କିନ୍ତୁ ଗୁଜରାଟରେ କେବଳ ୧୦୦ ଟଙ୍କା ଜରିମାନା ଦେବାକୁ ପଡୁଛି ।
ବିପଦପୂର୍ଣ୍ଣ ଭାବେ ବାଇକ ଚଳାଇଲେ ୫୦୦୦ ହଜାର ଟଙ୍କାର ଜରିମାନା ଲାଗୁ ହେବ, କିନ୍ତୁ ଗୁଜରାଟରେ ଟୁ-ହ୍ୱିଲର ଚାଳକଙ୍କ ପାଇଁ ୧୫୦୦, ଏଲଏମବି ପାଇଁ ୩୦୦୦ ଓ ଅନ୍ୟ ବାହାନ ପାଇଁ ୫୦୦୦ ଟଙ୍କା ହଜାର ଜରିମାନା ରହିଛି ।
ଏଠାରେ ବିନା ହେଲମେଟରେ ବାଇକ ଚଳାଇଲେ ଲାଗେନି ଜରିମାନା
Reviewed by Sushreejyoti Routray
on
December 04, 2019
Rating:
![ଏଠାରେ ବିନା ହେଲମେଟରେ ବାଇକ ଚଳାଇଲେ ଲାଗେନି ଜରିମାନା](https://blogger.googleusercontent.com/img/b/R29vZ2xl/AVvXsEjAsyiy0OP2UlCF7AzVxN7wQ1GD7yId-t9XK5lSm6EduZ40dE1Sksw1NFFvJ4YeQQopWgTXYIb4aK0IAEysQiH3MmWEqdxb6s19Gu4Aeu4qx_gS_lxA9gIax18Wv67XNKHPXXfB-7TEsXNp/s72-c/no-rules.jpg)
No comments: