ନୂଆଦିଲ୍ଲୀ : ହାଇଦ୍ରାବାଦ ହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ୪ ଅଭିଯୁକ୍ତଙ୍କୁ ଆଜି ଏନକାଉଣ୍ଟର କରିଛି ତେଲେଙ୍ଗାନା ପୋଲିସ । ଯେଉଁ ସ୍ଥାନରେ ଦିଶା ଗଣଦୁର୍ଷ୍କମର ଶିକାର ହୋଇଥିଲେ, ସେହି ସ୍ଥାନରେ ଆଜି ଅଭିଯୁକ୍ତଙ୍କୁ ସଫା କରିଛି ତେଲେଙ୍ଗାନା ପୋଲିସ । ୪୪ ନମ୍ବର ଜାତୀୟ ରାଜପଥ ଯେଉଁଠି ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଥିଲା ଉକ୍ତ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଛି । ତେବେ ବର୍ତ୍ତମାନ ସମୟରେ ହାଇଦ୍ରାବାଦ ପୋଲିସର ଭାର ଯେଉଁ କମିଶନରଙ୍କ ହାତରେ ରହିଛି , ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଖୁବ୍ ଚର୍ଚ୍ଚିତ । ସେ ହେଉଛନ୍ତି ପୋଲିସ କମିଶନର ଭି.ସି. ସଜ୍ଜନାର ।
ହାଇଦ୍ରାବାଦ ଗଣଦୁଷ୍କର୍ମର ଶିକାର ହୋଇଥିବା ଦିଶାଙ୍କୁ ମାତ୍ର ୧୦ ଦିନ ମଧ୍ୟରେ ସଜ୍ଜନାର ନ୍ୟାୟ ଦେଇଛନ୍ତି । ପଚାରଉଚରା କରୁଥିବା ବେଳେ ଆରୋପୀମାନେ ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଏନେଇ ସଜ୍ଜନାର ଅର୍ଡର ଦେଇଥିବା କୁହାଯାଉଛି ।
https://twitter.com/ANI/status/1202801693244542976?s=20
ହାଇଦ୍ରାବାଦ ମାମଲା ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସଜ୍ଜନାର । ୨୦୦୮ ମସିହାରେ ତେଲେଙ୍ଗାନାରେ ଜଣେ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ପକାଇଥିଲେ ୩ ଅଭିଯୁକ୍ତ । ଏହାକୁ ନେଇ ବହୁ ବିବାଦ ଉପୁଜୁଥିବା ବେଳେ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲେ ସଜ୍ଜନାର । କେବଳ ଗଣଦୁର୍ଷ୍କମ ମାମଲା ନୁହେଁ, ବହୁ ମାଓବାଦୀଙ୍କୁ ମଧ୍ୟ ଏନକାଉଣ୍ଟର କରିଛନ୍ତି ଏହି ପୋଲିସ କମିଶନର । ତେବେ ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ମାଜିଷ୍ଟେଟ୍ ଯାଞ୍ଚ ହେବ ।
ଉଲ୍ଲେଖଯୋଗ୍ୟ ଯେ,ସୂଚନାଯୋଗ୍ୟ, ୨୭ ନଭେମ୍ୱରରେ ମହିଳା ଡାକ୍ତର ଜଣଙ୍କ ସଂଧ୍ୟା ବେଳେ ସ୍କୁଟିରେ ଘରକୁ ଆସୁଥିଲେ। ଶାମସାବାଦ ଟୋଲ ପ୍ଲାଜା ପୂର୍ବରୁ ଥିବା ଓଭର ବ୍ରିଜ ତଳେ ସ୍କୁଟିର ଟାୟାର ପମ୍ପଚର ହୋଇଯିବା ପରେ ଡାକ୍ତର ଜଣଙ୍କ ଛିଡା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଡାକ୍ତରଙ୍କ ସହ ଗଣ ଦୁଷ୍କର୍ମ କରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିଲେ।
ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧୀଙ୍କୁ ସଫା କରିଥିଲେ ଏହି ଏନକାଉଣ୍ଟର ମ୍ୟାନ୍
Reviewed by Sushreejyoti Routray
on
December 06, 2019
Rating:
![ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧୀଙ୍କୁ ସଫା କରିଥିଲେ ଏହି ଏନକାଉଣ୍ଟର ମ୍ୟାନ୍](https://blogger.googleusercontent.com/img/b/R29vZ2xl/AVvXsEif0lgePy7aRkfiYPe3fIlNSQ8vCcP_Tv7KGemGukIZblMCr6U4sJVxVEp3KC1TKcpwHoCK-0vN7pIwrFGDq1x7uVIrCskfiuYMMgeE5ab3Btn-racp28FmdKWvNqpIbYhkFmlvwwVlVpRT/s72-c/police2.jpg)
No comments: