ମାତ୍ର ୩୪ ବର୍ଷ ବୟସରେ ଫିନଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ସୋଶାଲ୍ ଡେମୋକ୍ରାଟିକ୍ ପାର୍ଟି ନେତା ବା ପୂର୍ବ ପରିବହନ ମନ୍ତ୍ରୀ ସନା ମରିନ୍ । ଆଣ୍ଟି ରିନେଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ଅଧିକାର କରିଛନ୍ତି ସନା ମରିନ୍ । ମହିଳା ହେବା ସତ୍ୱେ ବି ସେ ବହୁ କମ୍ ସମୟରେ ରାଜନୀତିର ଶୀର୍ଷରେ ପହଞ୍ଚିପାରିଛନ୍ତି ।
ତେବେ ସନାଙ୍କ ପିଲାବେଳ ଚ୍ୟାଲେଞ୍ଚରେ ଭରପୂର ରହିଥିଲା । ସେ ପିଲାବେଳେ ନିଜ ମା’ ସହ ଏକ ଭଡାଘରେ ରହୁଥିଲେ । ପରେ ସନାଙ୍କ ମା’ ଜଣେ ମହିଳାଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ରହିବାକୁ ଲାଗିଲେ । ଏହି କାରଣରୁ ସନାଙ୍କ ପରିବାରକୁ ସମାଜ ଉଜ୍ଜତ ଦେଉନଥିଲା । ଆର୍ଥିକ ସ୍ଥିତି ଖରାପ ଥିବାରୁ ସନା ବାହାରେ ନିଜ ସାଙ୍ଗମାନଙ୍କ ସହ ବି ବୁଲାବୁଲି କରୁନଥିଲେ ।
ପରେ ମରିନ୍ ଫିନ୍ଲ୍ୟାଣ୍ଡର ଟ୍ୟାମ୍ପରେ ବିଶ୍ୱବିଦ୍ୟାଳୟରୁ ପ୍ରଶାନିକ ବିଜ୍ଞାନରେ ମାଷ୍ଟର ଡିଗ୍ରୀ କଲେ । ମାତ୍ର ୨୭ ବର୍ଷ ବୟସରେ ସେ ଫିନ୍ଲ୍ୟାଣ୍ଡସ୍ଥିତ ଟ୍ୟାମ୍ପରେର ନଗର ପରିଷଦର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ସେ ସୋଶାଲ୍ ଡେମୋକ୍ରାଟିକ୍ ପାର୍ଟି ତରଫରୁ ଜୁନ୍ ୨୦୧୯ରେ ନିଜ ଦେଶର ପରିବହନ ଓ ସଞ୍ଚାର ମନ୍ତ୍ରୀ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ମରିନ୍ଙ୍କ ପରେ ବିଶ୍ୱର ଦ୍ୱିତୀୟ ସବୁଠୁ ସାନ ପ୍ରଧାନମନ୍ତ୍ରୀ ହେଉଛନ୍ତି ୟୁକ୍ରେନ୍ର ପ୍ରଧାନମନ୍ତ୍ରୀ ୩୫ ବର୍ଷୀୟା ଓଲେକ୍ସି ହୋଞ୍ଚେରୁକ୍। ନିଜ ବୟସକୁ ନେଇ ମରିନ ଗମମାଧ୍ୟମକୁ କହିଛନ୍ତି, 'ମୁଁ କେବେ ବି ନିଜ ବୟସ ଓ ଲିଙ୍ଗ ବିଷୟରେ ଚିନ୍ତା କରିନି । ମୁଁ କିଛି କାରଣ ପାଇଁ ରାଜନୀତିକୁ ଆସିଛି ଓ ଲୋକଙ୍କ ବିଶ୍ୱାସ ମଧ୍ୟ ଜିତିଛି।'
ସମଲିଙ୍ଗୀ ସମ୍ପର୍କରେ ମା’, ପରିବାରକୁ ମିଳୁନଥିଲା ଇଜ୍ଜତ । କିନ୍ତୁ ଝିଅ ହେଲେ ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ
Reviewed by Sushreejyoti Routray
on
December 10, 2019
Rating:
No comments: