ଶେଷ ହେଲା ସବସିଡି ଯୁଗ, ସଂସଦର କ୍ୟାଣ୍ଟିନରେ ଏବେ ମିଳିବ ନାହିଁ ଶସ୍ତା ଖାଦ୍ୟ


ନୂଆଦିଲ୍ଲୀ: ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କୁ ମିଳିଥିବା ସବିସିଡି ଯୁଗ ଶେଷ । ଏଣିକି ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ଶସ୍ତା ଖାଦ୍ୟ । ପ୍ରକୃତ ମୂଲ୍ୟ ଦେଇ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କିଣିବେ ସାଂସଦ । ଏହି ନିଷ୍ପତ୍ତିରେ ପ୍ରାୟତଃ ସବୁ ଦଳର ସାଂସଦମାନେ ଏକମତ ହୋଇଛନ୍ତି ।

ତେବେ ପୂର୍ବରୁ ସଂସଦ କ୍ୟାଣ୍ଟିନରେ କମ୍ ମୂଲ୍ୟରେ ଖାଦ୍ୟ ମିଳୁଥିଲା । ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରସ୍ତାବ ପରେ ବିଜନେସ ଆଡଭାଇଜରୀ କମିଟି ଏହି ମାମଲାରେ ଆଲୋଚନା କରିଥିଲା । ସାଂସଦଙ୍କ ସର୍ବସମ୍ମତି କ୍ରମେ ସବିସିଡି ପ୍ରତ୍ୟାହାରର ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବାର୍ଷିକ ୧୭ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଜଣାପଡିଛି ।


ପୂର୍ବ ଲୋକସଭା କମିଟିରେ ଖାଦ୍ୟର ଦର ବଢାଇଥିବା ବେଳେ ସବସିଡି ହ୍ରାସ କରାଯାଇଥିଲା । କିନ୍ତୁ ଏଥର ସବିସିଡି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି । ସଂସଦ କ୍ୟାଣ୍ଟିନରେ ମିଳୁଥିବା ସିବସିଡିକୁ ନେଇ ବହୁ ବିବାଦ ଓ ହିଂସା ରହିଥିଲା । କିଛିଦିନ ତଳେ ସଂସଦ କ୍ୟାଣ୍ଟିନର ଖାଦ୍ୟ ଲିଷ୍ଟ ମଧ୍ୟ ଭାଇରାଲ ହୋଇଥିଲା ।
ଶେଷ ହେଲା ସବସିଡି ଯୁଗ, ସଂସଦର କ୍ୟାଣ୍ଟିନରେ ଏବେ ମିଳିବ ନାହିଁ ଶସ୍ତା ଖାଦ୍ୟ ଶେଷ ହେଲା ସବସିଡି ଯୁଗ, ସଂସଦର କ୍ୟାଣ୍ଟିନରେ ଏବେ ମିଳିବ ନାହିଁ ଶସ୍ତା ଖାଦ୍ୟ Reviewed by Sushreejyoti Routray on December 05, 2019 Rating: 5

No comments:

Powered by Blogger.