ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ତେଜିଛି ହିଂସା - ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ କରିଛନ୍ତି ବିରୋଧୀ । ସଂକ୍ରାଏଲ, ମୌରିଗ୍ରାମ, ବାଙ୍କରା, ନୟାବାଜ ଓ ନଲପୁର ଷ୍ଟେସନରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ହାୱାଡ଼ାରୁ ଓଡ଼ିଶା ଦେଇ ଯାଇଥିବା ଟ୍ରେନ ବାତିଲ ହୋଇଛି । ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଯିବାକୁ ଥିବା ୭ଟି ଟ୍ରେନ ବାତିଲ ହୋଇଛି । ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ, ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତ୍ୟୋଦୟ ଏକ୍ସପ୍ରେସ , ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଯଶୱନ୍ତପୁର ଦୂରନ୍ତ ଏକ୍ସପ୍ରେସ, ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁଣେ ଦୂରନ୍ତ ଏକ୍ସପ୍ରେସ, ଏହି ସମସ୍ତ ଏକ୍ସପ୍ରେସ ହାଓଡ଼ାରୁ ବାତିଲ ହୋଇଛି । ପୂର୍ବତଟ ରେଳବାଇ ବିଭାଗ ତରଫରୁ ଏନେଇ ସୂଚନା ମିଳିଛି ।
କେଉଁଠି କେଉଁ ଟ୍ରେନ ଅଟକିଛି ?
ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରାରେ ଅଟକିଛି ।
ଯଶୱାନ୍ତପୁର-ହାୱଡା ଦୂରନ୍ତ ଏକ୍ସପ୍ରେସ୍ ଭଦ୍ରକରେ ଅଟିକିଛି ।
ସିକନ୍ଦରବାଦ-ହାୱହା ଫଲକନୁମା ଏକ୍ସପ୍ରେସ ଯାଜପୁରରେ ଅଟକିଛି ।
ପୁରୀ-ହାୱଡା ଧଉଳି ଏକ୍ସପ୍ରେସ କଟକରେ ଅଟକିଛି ।
ଏହା ସହ ଭୁବନେଶ୍ବର-ହାଓଡ଼ା ଜନଶତାବ୍ଦୀ ଏକ୍ସପ୍ରେସ ମେଛଦାରୁ ଫେରିବ । ସେହିପରି ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ଖଡ଼ଗପୁରରୁ ଫେରିବ ।
ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି ।
ପଶ୍ଚିମବଙ୍ଗରେ ବିକ୍ଷୋଭ ଯୋଗୁଁ ଓଡିଶା ଦେଇ ଯାଉଥିବା ଟ୍ରେନ ବାତିଲ, ଜାଣନ୍ତୁ କେଉଁ ଟ୍ରେନ କେଉଁଠି ଅଟକିଛି ?
Reviewed by Sushreejyoti Routray
on
December 14, 2019
Rating:
No comments: